ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ବ୍ଲକ ପିପିଲିମାଲ ଗ୍ରାମର ଏକ ଘରୁ ପୁଲିସ ଆଜି ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ପିପିଲିମାଲ ଗ୍ରାମର ସ୍ୱର୍ଗତ ବୁଦ୍ଧଦେବ ପିଙ୍ଗଙ୍କ ସାନ ପୁଅ ଭରତ ପିଙ୍ଗ (୨୭) ବୋଲି ଜଣାପଡିଛି।
ମିଳିଥିବା ରିପୋର୍ଟ ମୁତାବକ, ଗତ ବୁଧବାର ରାତିରେ ଭରତ ଖିଆପିଆ ସାରି ଶୋଇଥିଲେ। ଗୁରୁବାର ସକାଳେ ବହୁ ଡେରି ଯାଏଁ ଭରତ ଶୋଇକି ନ ଉଠିବାରୁ ତାଙ୍କ ମା’ କବାଟ ବାଡ଼େଇଥିଲେ। ହେଲେ ଘର ଭିତରେ ଶୋଇଥିବା ଭରତ କୌଣସି ଉତ୍ତର ଦେଇନଥିଲେ। ଫଳରେ ତାଙ୍କ ମା’ ଭୂଇଁମତିଚବାଟ ଖୋଲି ଦେଖିଲା ବେଳକୁ ପୁଅ ଭରତର ମୃତଦେହ ଘର ଭିତରେ ଝୁଲୁଥିଲା। ଏ ବାବଦରେ ସେ ପରିବାର ଲୋକ ତଥା ପଡ଼ୋଶୀଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ଭରତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।