ଟିକିରି ପୁଲିସ ଦ୍ୱାରା ଗୁଟଖା ଜବତ, ବ୍ୟବସାୟୀ ଗିରଫ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଟିକିରି ପୁଲିସ ଦ୍ୱାରା ଟିକିରି ବଜାରରେ ଜଣେ ବ୍ୟବସାୟୀଙ୍କ ଠାରୁ ବିପୁଳ ପରିମାଣର ଗୁଟଖା ଜବତ ହୋଇଛି। ଏଥି ସହ ବ୍ୟବସାୟୀ ଜଣଙ୍କୁ ଗିରଫ କରିଛି ପୁଲିସ। ମହାମାରୀ କରୋନା ସମୟରେ ଗୁଟଖା ଏବଂ ତମାଖୁ ଜାତୀୟ ଦ୍ରବ୍ୟର ବେପାର ପାଇଁ ଅନୁମତି ଦିଆଯାଇ ନାହିିଁ। ଏହି ପରିପ୍ରେକ୍ଷୀରେ ଆଇଆଇସି ବନ୍ଦନା ନାଏକଙ୍କ ନେତୃତ୍ୱରେ ଏସଆଇ ଭାସ୍କର ମରା ସଦଳବଳେ ଚଢ଼ଉ କୋରି ଗୋଟିଏ କିରାନା ଦୋକାନରୁ ମହନ ଡିଲକ୍ସ, ଜେପି ଜରଦା ଭଳି ବିଭିନ୍ନ ବ୍ରାଣ୍ଡର ପ୍ରାୟ ୫୦ହଜାର ଟଙ୍କାର ବେଆଇନ ଗୁଟଖା ଜବତ କରି ଜଣଙ୍କୁ ଗିରଫ କରିଛି।

ଏଥିସହ ପୁଲିସ ୬୮/୨୧ରେ ମାମଲା ରୁଜୁ କରିଛି। କରୋନା ସମୟରେ କିଛି ଅସାଧୁ ବ୍ୟବସାୟୀ ଟିକିରି ଅଞ୍ଚଳରେ ଚଢା ଦରରେ ଗୁଟଖା ବିକ୍ରି କରୁଛନ୍ତି। ଉକ୍ତ ଦୋକାନ ଗୁଡ଼ିକ ଉପରେ ଚଢ଼ଉ କରି ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।