ମମତାଙ୍କ ପୁତୁରା ହେଲେ ଟିଏମସି ମହାସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ଅଭିଷେକଙ୍କୁ ଟିଏମସିର ମହାସଚିବ ପଦ ମିଳିଛି। ବଙ୍ଗଳା ନିର୍ବାଚନ ସମୟରେ ସାଂସଦ ଅଭିଷେକ ବାନାର୍ଜୀଙ୍କ ବାହାନାରେ ବିରୋଧୀ ମମତା ବାନାର୍ଜୀଙ୍କ ଉପରେ ପରିବାରବାଦର ଆରୋପ ଲଗାଇଥିଲେ। କିନ୍ତୁ ଟିଏମସି ବିଧାନସଭା ନିର୍ବାଚନ ଜିତିବା ପରେ ଅଭିଷେକଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛି।

ସୂଚନାଯୋଗ୍ୟ, ଅଭିଷେକ ବାନାର୍ଜୀ ଏବେ ପାର୍ଟିର ଯୁବା ୱିଙ୍ଗର ଅଧ୍ୟକ୍ଷ ଅଛନ୍ତି। କିନ୍ତୁ ‘ଏକ ନେତା ଏକ ପଦ’ ନୀତିକୁ ଦୃଷ୍ଟିରେ ରଖି ଅଭିଷେକ ଆଜି ଯୁବା ୱିଙ୍ଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହିତ ଅଭିନେତାରୁ ନେତା ସାଜିଥିବା ସୟୋନୀ ଘୋଷଙ୍କୁ ଟିଏମସି ଯୁବା ୱିଙ୍ଗର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।