ୟୁନିସେଫ୍ ଓ ଜ୍ଞାନ ବିଜ୍ଞାନ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ

ଗୁଣୁପୁର,ଏନ୍ଏନ୍ଏସ୍: ସମଗ୍ର ଦେଶରେ କୋରନା ମହାମାରୀ ଯୋଗୁଁ  ଆର୍ଥିକ ଓ ସାମାଜିକ ଜୀବନଯାପନ ପ୍ରଭାବିତ ହୋଇଥିବାବେଳେ ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଅଧିକ ମାତ୍ରାରେ ପଡିଛି। ଏଯାଏଁ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି । ଅନଲାଇନ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚି ନାହିଁ । ତେଣୁ ଆଗମୀ ଦିନରେ ବିଦ୍ୟାଳୟ ଗୁଡ଼ିକ ଖୋଲିବାନେଇ ବିଚାରବିମର୍ଷ ଚାଲିଛି। ବିଦ୍ୟାଳୟ ଖୋଲିବାପରେ ଛାତ୍ରଛାତ୍ରୀମାନେ କିପରି ବିଦ୍ୟାଳୟକୁ ଆସିବେ, କିପରି ଶ୍ରେଣୀରେ ବସିବେ, କିପରି ଶିକ୍ଷା ଦାନ କରାଯିବ ଏନେଇ ୟୁନିସେଫ ଓ ଜ୍ଞାନ ବିଜ୍ଞାନ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଲିମାମେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିଲା । ଚିତ୍ରାଙ୍କନ, କୁଇଜ, ପ୍ରବନ୍ଧ ଲିଖନ ଓ ବକୃତା ମାଧ୍ୟମରେ ପିଲାଙ୍କୁ ମହାମାରୀରୁ ସୁରକ୍ଷା ସମ୍ପର୍କରେ ଅବଗତ କରାଯାଇଥିଲା। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ୟୁନିସେଫର ଗୁଣୁପୁର ବ୍ଲକ ସଂଯୋଜକ ଜିମି କର, ସିଆରସିସି କେଶବରାଓ, ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ମିଶ୍ର, ଶିକ୍ଷକ ରାମ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।