ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚାଷୀଙ୍କ ସ୍ୱାର୍ଥପାଇଁ ବନ୍ଦ ହୋଇଥିବା ଧାନମଣ୍ଡିକୁ ପୁଣି ଆରମ୍ଭ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଅନ୍ୟ ନେତାମାନେ ମାଲକାନଗିରି ଜିଲ୍ଲାପାଳ ଡ.ୱାଇ ବିଜୟଙ୍କୁ ଭେଟି ଆଲୋଚନା କରି ଏକ ଦାବପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାରେ ବନ୍ଦ ହୋଇଥିବା ମଣ୍ଡିକୁ ପୁନଃ ଆରମ୍ଭ କରିବା, ଟୋକନ ପାଇଥିବା ଚାଷୀଙ୍କଠାରୁ ଧାନ କ୍ରୟ, ୧୦ ଏକରରୁ ଉର୍ଦ୍ଧ ଜମି ଥିବା ଚାଷୀଙ୍କ ଧାନ କ୍ରୟ କରିବା, ମଣ୍ଡିର ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି କରିବା, ଓଏସଟିଏଫ୍ କେନ୍ଦ୍ରରେ ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ, ଡାଇଲସିସ ସେଣ୍ଟରରେ ଅଧିକ ୨ ଟି ମେସିନ ପ୍ରତିଷ୍ଠା ଓ ଏଡିଏମଓଙ୍କ ବଦଳି ନ କରିବା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି।