କୃଷି ବିଲ ବିରୋଧରେ ଗର୍ଜିଲେ

ଗୁଣୁପୁର,ଏନ୍ ଏନ୍ ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ଠାରେ ଦେଶବ୍ୟାପୀ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ରାସ୍ତା ଅବରୋଧ କରାଯାଇଥିଲା । କେନ୍ଦ୍ରସରକାରଙ୍କ ତିନୋଟି କୃଷି ବିଲ ବା କଳାଆଇନ ବିରୋଧରେ ବିଭିନ୍ନ ସ୍ଲୋଗାନଦେଇ ବାଇପାସ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯାଇଥିଲା। ଏହାପରେ ଗୁଣୁପୁର ପୁରୁଣା ବସଷ୍ଟାଣ୍ଡଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।