ଧାରୁଆ ନାମରେ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିବାକୁ ଦାବି

କୋରାପୁଟ, ଏନ୍ଏନ୍ଏସ୍: ଧାରୁଆ, ଧୁରୁବ, ଧୁରୁଭା ଓ ଧୁରଭା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ସହ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିବାକୁ ସହୀଦ ଗୁଣ୍ଡା ଧୁରଭା ଆଦିବାସୀ ସମାଜ ଦାବି କରିଛି। ୨୦୦୮ମସିହା ଜାନୁଆରୀ ୮ରେ ତହସିଲଦାର ଧାରୁଆ, ଧୁରୁବ, ଧୁରୁଭା ଓ ଧୁରଭା ନାମରେ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିଥିବା ସଭାପତି ପୁଷୁ ନାୟକ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହାଦ୍ୱାରା ପିଲାମାନେ ବିଭିନ୍ନ ସ୍କୁଲ ଓ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। କିନ୍ତୁ ୨୦୧୩ ମସିହା ଜୁନ୍ ୨୯ଠାରୁ ସରକାର ଓ ପ୍ରଶାସନ ଜାତିଗତ ପ୍ରମାଣପତ୍ର ଦେବା ବନ୍ଦ କରିଥିବା ଉଲ୍ଲେଖ କରିଛନ୍ତି। ତେଣୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଧାରୁଆ, ଧୁରୁବ, ଧୁରୁଭା ନାମରେ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ। ଜଗବନ୍ଧୁ ଧୁରୁଆ, ମୁକୁନ୍ଦ ଧୁରୁଆ, ଦେବ ଧରୁଆ, ରାଇଧର ଧୁରୁଆଙ୍କ ସହ କୁନ୍ଦ୍ରା ,ବୈପାରିଗୁଡ଼ା ଓ କୋଟପାଡ଼ ବ୍ଲକର ସଦସ୍ୟମାନେ ଉପସ୍ଥିତ ଥିଲେ।