ବ୍ଲକସ୍ତରୀୟ ଅଙ୍ଗନବାଡ଼ି କର୍ମକର୍ତ୍ତା ନିର୍ବାଚନ

ଗୁଣପୁର:ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଫ୍ୟାମିଲି କାଉନସେଲିଂ ସେଣ୍ଟର ସଖୀର ତତ୍ତ୍ୱାବଧାନରେ ଗୁଣୁପୁର ବ୍ଲକସ୍ତରୀୟ ଅଙ୍ଗନବାଡ଼ି କର୍ମୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଙ୍ଗନବାଡ଼ି କର୍ମୀ ସଂଘ ସଭାପତି ଶାନ୍ତନୁ ରଇତ ଅଧ୍ୟକ୍ଷତା କରିଥିଲେ। ପ୍ରଦୀପ ଦାସଙ୍କ ଅଧ୍ୟକ୍ଷତାରେ ନୂତନ କର୍ମକର୍ତ୍ତା ନିର୍ବାଚନ ଏବଂ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂଘର ପୂର୍ବତନ ସଭାପତି ଶାନ୍ତନୁ ରଇତ ନୂତନ ନିର୍ବାଚିତ ସଭାପତି ଯଶୋସ୍ମିନୀ ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସୂଚନାଯୋଗ୍ୟ ଯେ, ଗୁଣପୁର ଉପଖଣ୍ଡ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ସୁପରିଚାଳନା ନିମନ୍ତେ ସଂଘ ପକ୍ଷରୁ ୭ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ସେକ୍ଟର ଅଧିକାରୀ ଭାବେ ମନୋନୀତ କରାଯାଇଥିଲା।