ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି କଲେଜ ପରିସରରେ ଆଜି ୟୁଥଫର ସେବା ଅନୁଷ୍ଠାନ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଛି। ସ୍ଥିତପ୍ରଜ୍ଞା ଦାସଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ଜିଲ୍ଲା ଯୁବ ରେଡକ୍ରସର ସମ୍ପାଦକ ତଥା ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ୱାଇଁ, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ରତ୍ନାକର ଦାସ, ଏନସିସି ଅଧିକାରୀ ପ୍ରମୀୟ କୁମାର ମହାନ୍ତି, ଶିକ୍ଷା ବିଭାଗର ମୁଖ୍ୟ ଗୌତମ କୁମାର ନାୟକ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏହାପରେ ଅତିଥିମାନେ ୧୪ଜଣ ଗରିବ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟିତ୍ରୀ ଶକୁନ୍ତଳା ମାଝୀ, ମୀନକେତନ ସମରଥ, ଶିବ ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।