ଜୁଆଡ଼ିଙ୍କ ପୁଲିସ ଉପରେ ଆକ୍ରମଣ

ମାଲକାନଗିରି,ଏନ୍ଏନ୍ଏସ୍: ଜୁଆ ଖେଳ ଚଢ଼ଉ ବେଳେ ପୁଲିସ ଉପରକୁ ଆକ୍ରମଣ ।ଏହି ଘଟଣାରେ ମାଲକାନଗିରି ଏସଡିପିଓଙ୍କ ସମେତ ବହୁ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବିକ, କାଲିମେଳା ଥାନା ଅନ୍ତର୍ଗତ ମାରଙ୍ଗପାଲି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଜୁଆ ଖେଳ ଚାଲୁଥିବାବେଳେ ପୁଲିସ ଚଢ଼ଉ କରିଥିବାରୁ ତାଙ୍କ ଉପରକୁ ଲୋକେ ଆକ୍ରମଣ କରିଥିଲେ । ତେବେ ଖବର ପାଇ ଅଧିକ ପୁଲିସ ଫୋର୍ସ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ଆହତ ପୁଲିସ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଘଟଣାରେ ୧୨ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।