୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ୨ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏ : ମାଲକାନଗିରି ଜିଲ୍ଲା ଓରକେଲ ପୁଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଗଂଜେଇ ବୋଝେଇ ବୋଲେରୋ ଗାଡି ସହ ୨୫୦ କିଲୋ ୫୦୦ ଗ୍ରାମ ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ମାନେ ହେଲେ ରବି ଖିଲ(୨୮), ଓ ସୀତାରାମ ଖିଲ(୩୦)। ସେମାନେ ଦୁହେଁ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମାମୁଢି ଗ୍ରାମର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଓରକେଲ (ବାଲିମେଳା) ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ରାତ୍ରି ସମୟରେ ଥାନାଧିକାରୀଙ୍କ ନିର୍ଦେଶକ୍ରମେ ଏସଆଇ କୃତିବାସ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ବାଲିମେଳା-ଡାଇଙ୍କ ୩ ମୁଖ୍ୟ ରାସ୍ତାରେ ଥିବା ଖଡ଼ିକାଝୁଡ଼ି ନିକଟରେ ଗାଡି ଯାଞ୍ଚ କରୁଥିଲେ। ଏହି ସମୟରେ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସୁଥିବାର ଦେଖି ଅଟକାଇଥିଲେ। ଗାଡି ଯାଞ୍ଚ ସମୟରେ ଗଂଜେଇ ଥିବା ଦେଖିବାକୁ ମିଳିଥିଲା।

ଜବତ ଗାଡିକୁ ଓରକେଲ ଥାନାକୁ ଅଣାଯାଇଥିଲା। ପାଖାପାଖି ୬ ଟି ପ୍ୟାକେଟରେ ୨୫୦ କିଲୋ ଗଂଜେଇ ପାଇଥିଲେ। ସେମାନେ ଦୁହେଁ ଏହି ଗଂଜେଇକୁ କୋରୁକୋଣ୍ଡା ଦେଇ ଛତିଶଗଡ଼ର ସୁକମାକୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ନୀଳାଦ୍ରି ବିଶ୍ୱାଳ ସୂଚନା ଦେଇଛନ୍ତି। ଏହି ଗଂଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଆଜି ଏକ ମାମଲା ରୁଜୁ କରି ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।