ଯାତ୍ରାପାର୍ଟି ବସ୍ ଓଲଟି ୧୪ ଆହତ

ଆଠଗଡ଼,ଏନ୍ଏନ୍ଏସ୍ : କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ସାବିତ୍ରୀ ଗଣନାଟ୍ୟର ଏକ ବସ୍‌ ପାରାଦୀପରୁ ଅନୁଗୁଳ ଯାଉଥିବା ବେଳେ କଟକ-ସମ୍ବଲପୁର ରାସ୍ତାରେ ଏକ ବାଇକ୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସ୍‌ ଭିତରେ ଥିବା ୧୨ ଜଣ ଓ ବାଇକ୍‌ରେ ବସିଥିବା ଦୁଇ ଜଣଙ୍କୁ ମିଶାଇ ସମୁଦାୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବସଟି ଦୁର୍ଘଟଣା ଘଟିବା ପରେ ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟି ପଡ଼ିଛି। ବସଟି ମଝି ରାସ୍ତାରେ ପଡ଼ି ରହିଥିବା ହେତୁ ରାସ୍ତା ଅବରୋଧ ହୋଇଛି। ସେହି ରାସ୍ତାରେ ଆଉ ଲୋକମାନେ ଯାତାୟତ କରିପାରୁ ନାହାନ୍ତି। ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।