ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’କୁ ମିଳିଲା ଓସ୍କାର ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତ ପାଇଁ ଚଳିତ ବର୍ଷ ସେତେଟା ଭଲ ନଥିଲା । ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସ, ଭୁଲ ଭୁଲୈୟା ୨ ଓ ଗଙ୍ଗୁବାଇ କାଠିୟାବାଡ଼ୀ ବ୍ୟତୀତ ସବୁ ଫିଲ୍ମ ବକ୍ସ ଅଫିସରେ ବିଫଳ ହୋଇଥିଲା । ସେଥିପାଇଁ ଦି କଶ୍ମୀର ଫାଇଲ୍ସ କିମ୍ବା ଆରଆରଆର ଭାରତ ପକ୍ଷରୁ ଓସ୍କାର ଦୌଡ଼ରେ ସାମିଲ ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏସବୁ ଫିଲ୍ମକୁ ପଛରେ ପକାଇ ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’କୁ ଭାରତ ପକ୍ଷରୁ ଓସ୍କାରରେ ସ୍ଥାନ ମିଳିଛି ।

ପାନ ନଲିନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ‘ଛେଲୋ ଶୋ’ ଫିଲ୍ମରେ ଭାବିନ ରବାରୀ, ଭାବେଶ ଶ୍ରୀମାଲୀ, ଋଚା ମୀଣା, ଦୀପେନ ରାବଲ ଓ ପରେଶ ମେହେତା ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ୨୦୨୧ରେ ଫିଲ୍ମର ପ୍ରିମିୟର ଟ୍ରିବେକା ଫିଲ୍ମ ଫେଷ୍ଟିଭାଲରେ କରାଯାଇଥିଲା । ୨୦୨୧ ଅକ୍ଟୋବରରେ ‘ଛେଲୋ ଶୋ’ ଫିଲ୍ମଟି ୬୬ତମ ବେଲାଡୋଲିଡ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲରେ ଗୋଲ୍ଡେନ ସ୍ପାଇକ ମଧ୍ୟ ଜିତିଥିଲା ।