ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟରୁ ସିଡିପିଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଚନ୍ଦ୍ରମଣୀ ନାଗଙ୍କ ଅଧ୍ୟକ୍ଷତା ଓ ଏମବିକେଙ୍କର ମିଳିତ ଉଦ୍ୟମରେ ବ୍ଲକ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡ଼ିଛି । ଏଥିରେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଏପିଓ ବନଜାବାସିନୀ ଦାସ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ବିଏଲସି ସୁଧାଂଶୁ ବଚ୍ଛା, ବିଭାଗୀୟ ଅଧିକାରୀ ଗଣେଶ ରାମ ବେହେରା, ହିସାବ ଅଧିକାରୀ ଲଛମନ ଯାନୀ, ବିପିସି ଆଶୁତୋଷ ପୁଟେଲ, ଏମବିକେ ସୂର୍ଯ୍ୟକାନ୍ତି କୁମ୍ଭାର, ପ୍ରଧାନଶିକ୍ଷକ ବିଜୟ ବାଗ ଓ ବେବି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।