ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା, ୧୯ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମୁଦ୍ର ପତ୍ତନରୁ ୦.୯ କିମି ମଧ୍ୟରେ ଥିବା ନିମ୍ନଚାପ ରେଖା ଶନିବାର ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ ହରିୟାଣା, କେନ୍ଦ୍ରୀୟ ଉତ୍ତର ପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ମଧ୍ୟଦେଇ ନାଗାଲାଣ୍ଡ ଯାଏ ଲମ୍ବିଛି। ଏହାଛଡ଼ା ଅନ୍ୟ ଏକ ନିମ୍ନ ଚାପରେଖା ସମୁଦ୍ର ପତ୍ତନରୁ ୧.୫ କିମିରୁ ୩.୧ କିମି ମଧ୍ୟରେ ଉତ୍ତର-ପୂର୍ବ ବିହାରରୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ଲମ୍ବିଛି। ଏହା ପ୍ରଭାବରେ ଆସନ୍ତା ସପ୍ତାହକ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

ସେଥିଲାଗି ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଏହାଛଡ଼ା ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି।