ଶ୍ରୀନଗର: ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରକୁ ଗ୍ରେନେଡ ମାଡ, ୩ ନାଗରିକ ଆହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ଶ୍ରୀନଗର ଅଞ୍ଚଳର ଲାଲ ଚୋକ ଠାରୁ ଏକ କିଲୋମିଟର ଦୂରରେ ଆତଙ୍କବାଦୀମାନେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରକୁ ଗ୍ରେନେଡରେ ଆକ୍ରମଣ କରିଛନ୍ତି। ତେବେ ଆତଙ୍କୀଙ୍କ ଏହି ଆକ୍ରମଣରେ ସୁରକ୍ଷାବାହିନୀଙ୍କ କୌଣସି କ୍ଷତି ହୋଇନଥିବା ବେଳେ ୩ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ତେବେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।