ରାଜଧାନୀରେ ଆଜି ଆଉ ୩୭୪ ଆକ୍ରାନ୍ତ : ୩୮୯ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୩୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୭ଜଣ ଓ ସ୍ଥାନୀୟ ସଂକ୍ରମଣ ୨୯୭ଜଣ ରହିଛନ୍ତି। ଅନ୍ୟପଟେ ୩୮୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଆଜିର ୩୭୪ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ହଜାର ୮୬୨ ହୋଇଥିବାବେଳେ ୮୬ହଜାର ୯୨୭ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪୩୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୪୮୪ଜଣ ଚିକିତ୍ସିତ ହେଉଛନ୍ତି।