କୃଷକ ଆନ୍ଦୋଳନ ଛାଡ଼ି ଆଲୋଚନା କଲେ ସମସ୍ୟାର ସମାଧାନ ବାହାରିବ : କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଏଭଳି ସ୍ଥିତିରେ ଆନ୍ଦୋଳନର ରାସ୍ତା ଛାଡ଼ି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।
କୃଷିମନ୍ତ୍ରୀ ତୋମାର କହିଛନ୍ତି ଯେ, ଦିଲ୍ଲୀବାସୀ ସଂଯମତାର ପରିଚୟ ଦିଅନ୍ତୁ। ସେମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ସରକାର ମଧ୍ୟ ସଚେତନ ଅଛନ୍ତି। କୃଷକ ନେତାଙ୍କ ସହ ଆମର ଆଲୋଚନା ଜାରି ରହିଥିବାରୁ ଆଶା କରୁଛୁ କି ଏହି ସମସ୍ୟା ଯଥାଶୀଘ୍ର ସମାଧାନ ହେବ।

ଏହାପୂର୍ବରୁ କୃଷି ସଂଗଠନର ନେତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ସରକାର ୩ଟି କୃଷି ଆଇନକୁ ରଦ୍ଦ ନ କରିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ।’