ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ୨୦୨୧ ସାଧାରଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥୀ ହୋଇପାରନ୍ତି। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ମୁତାବିକ, ନଭେମ୍ବର ୨୭ ତାରିଖରେ ମୋଦୀ ଟେଲିଫୋନ୍ ଯୋଗେ ଜନସନଙ୍କ ସହ କଥା ହୋଇ ଔପଚାରିକ ରୂପେ ନିମନ୍ତ୍ରଣ କରିଛନ୍ତି। ଅନ୍ୟପଟେ ଜନସନ୍ ଆଗାମୀ ବର୍ଷ ବ୍ରିଟେନରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀ ଲାଗି ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି।
ସୂଚନାଯୋଗ୍ୟ, ବୋରିସ ଜନସନ୍ ୨୦୨୧ ସାଧାରଣତନ୍ତ୍ର ଦିବସରେ ସାମିଲ ହେବାକୁ ନେଇ ଭାରତ ପକ୍ଷରୁ ଆନୁଷ୍ଠାନିକ ରୂପେ କୌଣସି ଘୋଷଣା ହୋଇନାହିଁ। ଅନ୍ୟପଟେ ବ୍ରିଟିଶ ହାଇକମିଶନର ପ୍ରବକ୍ତା ନ୍ୟୁଜ ଏଜେନି୍ସ ଏଏନଆଇକୁ କହିଛି ଯେ, ଜନସନଙ୍କ ଭାରତ ଗସ୍ତ ନେଇ ବର୍ତ୍ତମାନ ପୃଷ୍ଟି କରାନଗଲେ ମଧ୍ୟ ସେ ଯଥାଶୀଘ୍ର ଭାରତ ଯିବା ପାଇଁ ଇଚ୍ଛୁକ ଅଛନ୍ତି।