କୋର୍ଟରେ ହାଜର ହେଲେ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ

ସଇଁନ୍ତଳା,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ସହଯୋଗୀ ରାଧେ ଚଣ୍ଡକୁ ଆଜି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭିଡିଓ କନଫ୍ରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା ସରକାରୀ ଓକିଲ ବାସୁଦେବ ରାୟ କହିଛନ୍ତି। ନଭେମ୍ବର ୨୭ରେ ପୁଣି ୨ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିବାବେଳେ ସହଯୋଗୀ ଗାତ ଖୋଳିିଥିବା ଅଭିଯୋଗରେ ଗିରଫ ହୋଇଛି। ଗିରଫ ୨ଜଣଙ୍କୁ ଏବେ କଣ୍ଟାବାଞ୍ଜି ଉପକାରଗାରରେ ରଖାଯାଇଛି । ଅନ୍ୟପଟେ ଗୋବିନ୍ଦ ସାହୁ ତାଙ୍କ ଓକିଲ ପରିବର୍ତ୍ତନ କରିଥିବା ସୂଚନା ମିଳିଛି।