ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପାର୍ବଣ ଅବସରରେ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । କ୍ୟାବିନେଟ ନିଷ୍ପତ୍ତିକ୍ରମେ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇ ଦିଆଯାଇଛି । ଫଳରେ ୩୪ ପ୍ରତିଶତ ଥିବା ମହଙ୍ଗା ଭତ୍ତା ୩୮ ପ୍ରତିଶତ ହୋଇଯାଇଛି । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଓ ୬୨ ପ୍ରତିଶତ ପେନସନ ଭୋଗୀ ଲାଭ ପାଇବେ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଅଶ୍ୱିନୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି ।