ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ମାଗଣ ରାସନ ଯୋଜନାକୁ କେନ୍ଦ୍ର ସରକାର ଆଉ ୩ ମାସ ବଢ଼ାଇ ଦେଇଛନ୍ତି । ଏଥିରେ ୧୨୨ ଲକ୍ଷ ମେଟ୍ରିକ ଟନ୍ ଖର୍ଚ୍ଚ ହେବ ଏବଂ ୮୦ କୋଟି ଲୋକଙ୍କୁ ଲାଭ ମିଳିବ। ଏଥିସହିତ ମୋଟ ୪୪,୭୬୨ କୋଟି ଟଙ୍କା ବ୍ୟୟ ହେବ ।
ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇଥିବା କୋଭିଡ ସହାୟତା ଯୋଜନା ଅନ୍ତର୍ଗତ ମାଗଣା ରାସନ ବିତରଣ ଯୋଜନା ଆରମ୍ଭ କରାଯାଇଥିଲା । ଏଥିରେ ପାଖାପାଖି ୮୦ କୋଟି ଲୋକଙ୍କୁ ଜଣକ ପିଛା ୫ କିଲୋ ଗହମ କିମ୍ବା ଚାଉଳ ଏବଂ ୧ କିଲୋ ବୁଟ ଡାଲି ଦିଆଯାଉଥିଲା ।