ଲକ୍ଷ୍ୟଙ୍କ ସଫଳ ହେଲା ଲକ୍ଷ୍ୟ, ଜିତିଲେ ସ୍ୱର୍ଣ୍ଣ

ବର୍ମିଂଘମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଡେବ୍ୟୁ କରିଥିବା ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଲକ୍ଷ୍ୟ ପୁରୁଷ ଏକାକୀ ବର୍ଗରେ ମାଲେସିିଆର ଜୀ ୟଙ୍ଗ ଏନଜୀଙ୍କୁ ୧୯-୨୧, ୨୧-୯, ୨୧-୧୬ରେ ହରାଇ ଦେଇଛନ୍ତି । ଏହି ମ୍ୟାଚରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ ରାଉଣ୍ଡରେ ଲକ୍ଷ୍ୟ ହାରି ଯାଇଥିଲେ ମଧ୍ୟ ୨ୟ ରାଉଣ୍ଡରେ ଜିତି ସ୍କୋର ସମାନ କରିଥିଲେ । ଏଥିସହିତ ଚୂଡ଼ାନ୍ତ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶ କରି ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ ।