ଝରକା ଭାଙ୍ଗି ଲୁଟିନେଲେ ସୁନା ଗହଣା ଓ ଟଙ୍କା

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କଇଣ୍ଡା ଗ୍ରାମର ମଳୟ ବେହେରା ଙ୍କ ଘରର ଝରକା ଭାଙ୍ଗି ବୁଧବାର ରାତିରେ କେହି ଦୁର୍ବୃତ୍ତ ଆଲମୀରାରୁ ନଗଦ ୬୯ ହଜାର ଟଙ୍କା ସହ ଗୋଟିଏ ସୁନା ଚେନ ଓ ୪ ଟି ସୁନା ମୁଦି ଚୋରି କରିନେଇଛି। ଏନେଇ ତୁରୁମୁଙ୍ଗା ଥାନାରେ ମଳୟ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତମଣୀ ମହାନ୍ତି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ବିଭିନ୍ନ ସ୍ଥାନରେ ଛାନ୍ ଭିନ୍ ଜାରି ରହିଛି।