ହାତୀ ଭାଙ୍ଗୁଛି ଘର, ଉଜାଡୁଛି ଫସଲ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନ ଖଣ୍ଡ ତଥା ଦେବଗଡ ବନାଞ୍ଚଳ ବଡ଼ଛାପଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ କିଛିଦିନ ଧରି ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ଗତ ୧୧ତାରିଖ ଦିନ ଉକ୍ତ ପଞ୍ଚାୟତର ବାବୁରୀକାନୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ମଙ୍ଗଳବାର ରାତିରେ ଉକ୍ତ ପଞ୍ଚାୟତର ମାକରମୁଣ୍ଡା(ଘୋଘର) ଗ୍ରାମର ମକ ଭୋଇ ଓ ବୁଧୁ ପ୍ରଧାନଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ ସମେତ ଜମିରେ କରିଥିବା ପରିବା ଚାଷକୁ ନଷ୍ଟ କରିଥିଲେ। ଗତକାଲି ରାତିରେ ପୁଣି ଥରେ ଉକ୍ତ ପଞ୍ଚାୟତର ବିଛଣାପୁର ଗ୍ରାମରେ ହାତୀ ପଲ ପଶି ଫସଲ ଉଜାଡି ଦେବା ସହ ସୁମତୀ ସାହୁଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଧାନ ସବୁ ନଷ୍ଟ କରି ଦେଇଥିବା ଜଣାପଡିଛି। ଉକ୍ତ ପଞ୍ଚାୟତରେ ହାତୀପଲଙ୍କ ଦ୍ୱାରା ଲଗାତର ଉପଦ୍ରବ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।