ରାଉରକେଲା,ଏନ୍ଏନ୍ଏସ୍: ହାୱଡା-ମୁମ୍ବାଇ(୧୨୧୦୨) ଜ୍ଞାନେଶ୍ବରୀ ଏକ୍ସପ୍ରେସ୍ରୁ ଗୁରୁବାର ୧୧ କେଜି ସୁନା ମୁମ୍ବାଇ ଚାଲାଣ ହେଉଥିବାବେଳେ ଧରାପଡ଼ିଥିଲା। ତେବେ ଏଥିରେ ୧୧୦ ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଛି, ଯାହାର ମୂଲ୍ୟ ୪କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ତେବେ ଟ୍ରେନରୁ ଏତେ ପରିମାଣର ସୁନା ଜବତ ହେବା ଓଡ଼ିଶାରେ ପ୍ରଥମ। ଏ ନେଇ ପୁଲସ ଅଟକ ରଖିଥିବା ଦୁଇ ସୁନା ବ୍ୟବସାୟୀ ଧନରାଜ ମହାଦେବ ଯାଦବ ଓ ରାହୁଲ ଆର୍ୟ୍ୟଙ୍କୁ ଗିରଫ କରିଛି।
