ଉନ୍ନୟନ ପାଇଁ ଆସିଥିବା ୨୩ ଲକ୍ଷ ହଡ଼ପ ଅଭିଯୋଗ, ସରପଞ୍ଚ ଥାନାରେ ଅଟକ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ପିପୁଳିଆ ପଞ୍ଚାୟତ ସରପଞ୍ଚ ଉପେନ୍ଦ୍ର ନାଏକ ୨୩ ଲକ୍ଷ ଟଙ୍କା ହଡ଼ପ କରଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଘଟଗାଁ ପୁଲିସ ତାଙ୍କୁ ଥାନାରେ ଅଟକ ରଖିଛି ପଚରାଉଚୁରା ଚଳାଇଛି।

ସୂଚନା ଅନୁଯାୟୀ ପଞ୍ଚାୟତକୁ ବିଭିନ୍ନ ଉନ୍ନୟନ କାମ ପାଇଁ ୨୩ଲକ୍ଷ ଟଙ୍କା ଆସିଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଚାୟତରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇନାହିଁ। ତେବେ ସରପଞ୍ଚ ଉପେନ୍ଦ୍ର ନାଏକ ଓ ପିଇଓ ଏହି ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି। ତଦନ୍ତ ପରେ ଘଟଗାଁ ବିଡ଼ିଓ ଥାନାରେ ଏତଲା କରିଥିଲେ। ପରେ ପୁଲିସ ସରପଞ୍ଚ ଉପେନ୍ଦ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପଟେ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ପିଇଓ ଫେରାର ଥିବା ଜଣାପଡ଼ିଛି।