ଗୋଦ୍‌ରେଜ୍‌ର ନାନୋ ଡିସ୍‌ଇନଫେକ୍ସନ ଟେକ୍ନୋଲୋଜୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗ୍ରାହକମାନେ ସ୍ୱାସ୍ଥ୍ୟ ଓ ପରିମଳକୁ ନେଇ ଅଧିକ ସଚେତନ ହୋଇଥିବାରୁ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ସେମାନଙ୍କୁ ପ୍ରଦାନ କରାଯାଉଥିବା ଉତ୍ପାଦକୁ ସୁଦୃଢ଼ କରାଯାଇଛି। ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଲାଗି କମ୍ପାନୀ ପକ୍ଷରୁ ଏହାର ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ବର୍ଗମାଳା ପାଇଁ ଉନ୍ନତ “ନାନୋ ଡିସ୍‌ଇନଫେକ୍ସନ ଟେକ୍ନୋଲୋଜି’କୁ ଉପସ୍ଥାପନ କରାଯାଇଛି ଯେଉଁଥିପାଇଁ କମ୍ପାନୀ ପେଟେଣ୍ଟ୍ ଲାଗି ଆବେଦନ କରିଛି। ଏହି ପ୍ରଯୁକ୍ତିକୁ ଏନଏବିଏଲ୍ ସ୍ୱୀକୃତିପ୍ରାପ୍ତ ଲ୍ୟାବ୍‌ରେ ପରୀକ୍ଷଣ କରାଯାଇଛି।

ଉନ୍ମୋଚନ ବିଷୟରେ କମଳ ନନ୍ଦୀ, ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି-ଗୋଦରେଜ୍ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ରେଫ୍ରିଜରେଟର ଭିତରେ ଖାଦ୍ୟରୁ ଜୀବାଣୁ ନାଶ କରିବାର ଏକ ବ୍ୟବସ୍ଥା ଜରୁରୀ ଥିଲା, ସେଥିପାଇଁ ଆମେ ନାନୋ ଡିସ୍‌ଇନ୍‌ଫେକ୍ସ ଟେକ୍ନୋଲୋଜି ଥିବା ରେଫ୍ରିଜରେଟରକୁ ଉନ୍ମୋଚନ କରିଛୁ। ଏହି ପ୍ରଯୁକ୍ତି ସହିତ ଆମେ ଆମର ବଜାର ସ୍ଥିତିକୁ ସୁଦୃଢ଼ କରିଛୁ ଏବଂ ଆସନ୍ତା ବର୍ଷ ସୁଦ୍ଧା ଆମର ସାମଗ୍ରିକ ପୋର୍ଟଫୋଲିଓରେ ସ୍ୱାସ୍ଥ୍ୟଭିତ୍ତିକ ସମାଧାନର ଅବଦାନକୁ ୩୦%ରେ ପହଂଚାଇବାକୁ ଚାହୁଛୁ।’’