ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅନ୍ୱେଷଣ ନିଲାମୀ ପ୍ରକ୍ରିୟା

ନୂଆଦିଲ୍ଲୀ,ଏଜେନ୍ସି: ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସପ୍ତମସ୍ତରର ମୁକ୍ତ କ୍ଷେତ୍ରୀୟ ଅନ୍ୱେଷଣ ଲାଇସେନ୍ସ ବ୍ୟବସ୍ଥା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅନ୍ତର୍ଜାତୀୟ ସପ୍ତମସ୍ତରର ନିଲାମୀ ପ୍ରକିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ପ୍ରତିଯୋଗିତାମୂଳକ କରିବା ପାଇଁ ବିଶ୍ୱସ୍ତରୀୟ ବିଡିଂ ଆହ୍ୱାନ କରାଯାଇଛି। ଆସନ୍ତା ଫେବୃୟାରୀ ୧୫ ତାରିଖ ଦିନ ୧୨ଟାରେ ମନ୍ତ୍ରଣାଳୟର ଅନଲାଇନ୍ ବିଡିଂ ପୋର୍ଟାଲରେ ଆବେଦନ ସମୟସୀମା ଶେଷ ହେଉଛି।

ବିସ୍ତୃତ ବିବରଣୀ https://online.dghindia.org/oalp.ରେ ଉପଲବ୍ଧ ଅଛି। ନିଲାମୀ ପ୍ରକ୍ରିୟାରେ ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ତୈଳ କ୍ଷେତ୍ରଗୁଡ଼ିକର ଆବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ। ମୋଟ ୧୮ଟି ଭୂସ୍ତରୀୟ ଉପତ୍ୟକାରେ ୧,୯୧,୯୨୬ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ହୋଇଛି। ୬ଟି ଭୂସ୍ତରୀୟ ଉପତ୍ୟକା ଅନ୍ତର୍ଗତ ୧୫,୭୬୬ ବର୍ଗକିଲୋମିଟର ଅଞ୍ଚଳ ପାଇଁ ବର୍ତ୍ତମାନର ଏହି ନିଲାମୀ ପ୍ରକ୍ରିୟା ଚାଲିଛି। ନିଲାମୀ ପ୍ରକ୍ରିୟାରେ ଏଥିରେ ତୈଳ ସେସ୍ ରଖାଯାଇନାହିଁ, ରୟାଲଟି କମାଇ ଦିଆଯାଇଛି, ବଜାର ଏବଂ ଦର ନିର୍ଦ୍ଧାରଣ କ୍ଷେତ୍ରରେ ବିଡରମାନଙ୍କ ସ୍ୱାଧୀନତା ଭଳି ଅନେକ ସୁବିଧା ରଖାଯାଇଛି। ବର୍ତ୍ତମାନ ପ୍ରକ୍ରିୟାର ୬ଟି ଭୂସ୍ତରୀୟ ଉପତ୍ୟକା ରାଜସ୍ଥାନ, ତ୍ରିପୁରା, ମଧ୍ୟପ୍ରଦେଶ, ପଶ୍ଚିମ ଉପକୂଳ ରାଜ୍ୟ, ଆସାମ ଏବଂ କାବେରୀ ଉପତ୍ୟକାରେ ରହିଛି।