ସାପ କାମୁଡାରେ ନାବଳିକାର ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍: ଆଜି ସାପ କାମୁଡିବାରୁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକା ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କୋଡଖମଣ ଗ୍ରାମର ମାଚୁ ମୁଣ୍ଡାଙ୍କ ଝିଅ ସୁନାମଣି ମୁଣ୍ଡା। ସୂଚନା ଅନୁଯାୟୀ ସୁନାମଣି ତେଲକୋଇ ବ୍ଲକ୍ ବାରାହା ଦେବତା ଗ୍ରାମ ଭିଣୋଇ ଘରକୁ ଯାଇଥିଲେ। ଗତ କାଲି ଭୋରରେ ସେ ଶୌଚ ହେବାପାଇଁ ବାହାରକୁ ଯାଇଥିବାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ତୁରୁମୁଙ୍ଗା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।