ବଜ୍ରପାତରେ ମହିଳା ମୃତ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଲଖନପୁରରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ଲଖନପୁର ଗ୍ରାମର ସୁବାଶିନୀ ସାହୁ (୪୭) ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣରେ ସୁବାଶିନୀ ବିଲରେ କାମ କରୁଥିବାବେଳେ ବଜ୍ରପାତ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣା ଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁରୁଣା ଜିଲ୍ଲା ଡାକ୍ତରଖାନାର ଶବାଗାରରେ ମୃତଦେହ ରଖାଯାଇଥିବାବେଳେ ସୋମବାର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।