Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଇପିଏଲ୍‌ ୨୦୨୩: ବିରାଟ ବିଜୟ ସହ ଫାଇନାଲରେ ଗୁଜୁରାଟ, ୬୩ ରନ୍‌ରେ ମୁମ୍ବାଇକୁ ପରାସ୍ତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଇପିଏଲ୍‌ ୨୦୨୩: ବିରାଟ ବିଜୟ ସହ ଫାଇନାଲରେ ଗୁଜୁରାଟ, ୬୩ ରନ୍‌ରେ ମୁମ୍ବାଇକୁ ପରାସ୍ତ

ଅହମଦାବାଦ: ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଏଥର ନିରାଶ ହେବାକୁ ପଡ଼ିଛି। ଗତ ସଂସ୍କରଣରେ ତଳେ ରହିଥିବା ମୁମ୍ବାଇ ଏଥର ତୃତୀୟ ସ୍ଥାନରେ ରହି ବିଦାୟ ନେଇଛି। ଶୁବମନ ଗିଲ୍‌ଙ୍କ କୀର୍ତ୍ତିମାନଭରା ଶତକୀୟ ପାଳି ‌ବଳରେ ମୁମ୍ବାଇ ସମ୍ମୁଖରେ ୨୩୪ ରନ୍‌ର ଲକ୍ଷ୍ୟ ଥିଲେ ବି ମୋହିତ ଶର୍ମାଙ୍କ ଘାତକ ବୋଲିଂ ଆଗରେ ରୋହିତ ଶର୍ମାଙ୍କ ଦଳ ୧୮.୨ ଓଭରରେ ୧୭୧ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଶତକୀୟ ପାଳି ପାଇଁ ଶୁବମନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହାଫଳରେ ଗୁଜରାଟ ଟାଇଟନ୍ସ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ଏହି ଦଳ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାର ହେବାକୁ ଥିବା ଫାଇନାଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ।

୨୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆହତ ଈଶାନଙ୍କ ସ୍ଥାନରେ ନେହଲ ୱାଧେରା ଅଧିନାୟକ ରୋହିତଙ୍କ ସହ ପାଳି ଆରମ୍ଭ କରିବାକୁ ଆସିଥିଲେ। କିନ୍ତୁ ଉଭୟଙ୍କୁ ପର୍ପଲ କ୍ୟାପ୍‌ ଧାରକ ମହମ୍ମଦ ସାମି ଆଉଟ୍‌ କରି ପାୱାରପ୍ଲେ ଭିତରେ ପାଭିଲିଅନ୍‌ ଫେରାଇଥିଲେ। କାମେରନ୍‌ ଗ୍ରିନ୍‌ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ପାଳିକୁ ସମ୍ଭାଳିବା ସହ ଆବଶ୍ୟକୀୟ ରନ୍‌ ହାର ସଂଗ୍ରହ କରିଚାଲିଥିଲେ। କିନ୍ତୁ ପାୱାରପ୍ଲେର ଶେଷ ବଲ୍‌ରେ ତିଳକଙ୍କୁ ରସିଦ ଖାନ୍‌ ବୋଲ୍ଡ କରି ଯୋଡ଼ି ଭାଙ୍ଗିବାରୁ ଗ୍ରିନ୍‌ ପୁଣି ଥରେ ବ୍ୟାଟିଂକୁ ଆସିଥିଲେ। ସୂର୍ଯ୍ୟକୁମାର ଯାଦବ ଏକାକି ‌ଗୋଟିଏ ପଟରୁ ଲଢେଇ ଜାରି ରଖି ଆକର୍ଷଣୀୟ ଛକା, ଚୌକା ମାରିଚାଲିଥିଲେ। କିନ୍ତୁ ମୋହିତ ଶର୍ମାଙ୍କ ଓଭରପିଚ୍‌ ବଲ୍‌କୁ ପରଖିବାରେ ଭୁଲ୍‌ କରି ପେଡାଲ୍‌ ସଟ୍‌ ମାରିବାକୁ ଯାଉଥିଲା ବେଳେ ବୋଲ୍ଡ ହୋଇଯାଇଥିଲେ। ସୂର୍ଯ୍ୟଙ୍କ ୱିକେଟ୍‌ ଯିବା ପରେ ମୁମ୍ବାଇର ସବୁ ଆଶା ମଉଳି ଯାଇଥିଲା। ମୋହିତ ଶର୍ମା ୫ ୱିକେଟ୍‌ ନେବା ସହ ରସିଦ (୨), ସାମି (୨) ଓ ଲିଟିଲ୍‌ (୧) ଅନ୍ୟ ୱିକେଟ୍‌ ଗୁଡ଼ିକୁ ବାଣ୍ଟି ନେଇଥିଲେ।

ବର୍ଷା ଯୋଗୁଁ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ରୋହିତ ଶର୍ମା କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ରକ୍ଷଣାତ୍ମକ ଖେଳି ‌ଶୁବମନ ଗିଲ୍‌ ଓ ରିଦ୍ଧିମାନ ଶାହ ପାୱାରପ୍ଲେ ମଧ୍ୟରେ ୫୦ ରନ୍‌ ବାହାର କରିଥିଲେ। ପୀୟୂଷ ଚାୱଲା ତାଙ୍କ ପ୍ରଥମ ଓଭରରେ ରିଦ୍ଧିମାନ (୧୮)ଙ୍କୁ ଆଉଟ୍‌ କରିବା ପରେ ସାଇ ସୁଦର୍ଶନଙ୍କୁ ସାଥୀ କରି ଗିଲ୍‌ ଦଳର ରନ୍‌ ଗତି ବଢାଇଥିଲେ। ତିନିଟି ଜୀବନଦାନ ପାଇବା ପରେ ଗିଲ୍‌ ଅଧିକ ଆକ୍ରମଣାତ୍ମକ ଖେଳି ୪୯ ବଲ୍‌ରୁ ଚଳିତ ଆଇପିଏଲ୍‌ରେ ତୃତୀୟ ଶତକ ଅର୍ଜନ କରିଥିଲେ। ଏଥିସହ ପ୍ଲେ ଅଫ୍‌ରେ ଦ୍ରୁତତମ ଶତକରେ ଗିଲ୍‌ ମଧ୍ୟ ରିଦ୍ଧିମାନ ଶାହ (୨୦୧୪ ଫାଇନାଲ୍‌) ଓ ରଜତ ପଟିଦାର (୨୦୨୨ ଏଲିମିନେଟର)ଙ୍କ ସମକକ୍ଷ ହୋଇଥିଲେ।

ଏହି ଶତକ ଜରିଆରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ୍‌ କ୍ଲିଙ୍ଗରଙ୍କ ସହ ୪ ଟ୍ବେଣ୍ଟି-୨୦ ପାଳିରେ ୩ ଶତକ ମାରିବା‌ କୀର୍ତ୍ତିମାନର ସମକକ୍ଷ ମଧ୍ୟ ହୋଇଛନ୍ତି। ପୁଣି ଆଇପିଏଲ୍‌ ପ୍ଲେ ଅଫ୍‌ରେ ବୀରେନ୍ଦ୍ର ସେହବାଗ୍‌ (୧୨୨ ରନ୍‌, ୨୦୧୪)ଙ୍କୁ ପଛରେ ପକାଇ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଛନ୍ତି। ଏଥିସହ ଗୋଟିଏ ସଂସ୍କରଣରେ ୩ ଶତକ ମାରିବାରେ ବିରାଟ କୋହଲି (୨୦୧୬) ଓ ଜୋସ୍‌ ବଟଲର୍‌ (୨୦୨୨)ଙ୍କ ସମକକ୍ଷ ହୋଇଛନ୍ତି। ପ୍ଲେ ଅଫ୍‌ରେ ସପ୍ତମ ଶତକ ଅର୍ଜନକାରୀ ହେବା ସହ ସର୍ବକନିଷ୍ଠ (୨୩ ବର୍ଷ ୨୬୦ ଦିନ) ଭାବେ ୧୦୦+ ରନ୍‌ ସଂଗ୍ରହ କରିଥିଲେ। ୬୦ ବଲ୍‌ରୁ ୭ ଚୌକା ଓ ୧୦ ଛକା ସହାୟତାରେ ଗିଲ୍‌ ୧୨୯ ରନ୍‌ କରିଥିଲା ବେଳେ ୧୭ତମ ଓଭରରେ ପୂର୍ବ ମ୍ୟାଚ୍‌ର ହିରୋ ଆକାଶ ମାଧୱାଲ୍‌ ତାଙ୍କୁ ଆଉଟ୍‌ କରି ମୁମ୍ବାଇକୁ ସାମାନ୍ୟ ଆଶ୍ବସ୍ତି ଦେଇଥିଲେ। ଗିଲ୍‌ଙ୍କ ଏହି କୀର୍ତ୍ତିମାନ ଭରା ପାଳିରେ ସାଥୀ ଥିବା ସାଇ ସୁଦର୍ଶନ ବଡ଼ ସଟ୍‌ ମାରିବାରେ ସଫଳତା ପାଉନଥିବାରୁ ସ୍ବତଃ ରିଟାୟର୍ଡ ଆଉଟ୍‌ ହୋଇଯାଇଥିଲେ।