ବିନା ଭକ୍ତରେ ପୂଜା ପାଉଛନ୍ତି ମା’ ଦୁର୍ଗା

ସଇଁତଳା, ଏନ୍ଏନ୍ଏସ୍: ଧରାପୃଷ୍ଠରେ ଅବତରଣ କରିଛନ୍ତି ଶକ୍ତି ସ୍ୱରୂପିଣୀ । ବିଧି ଅନୁସାରେ ମା’ଙ୍କୁ କରାଯାଇଛି ଆବାହନ । ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ । ସୀମିତ ଭକ୍ତ ଓ ପୁରୋହିତଙ୍କୁ ନେଇ ଅନୁଷ୍ଠିତ ହେଉଛି ପୂଜା । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଘୁନସର ଗ୍ରାମରେ ମାଆଙ୍କର ପୂଜା ଚଳିତବର୍ଷ ୩୮ ବର୍ଷରେ ପଦାର୍ପଣ କରିଛି । ଚଳିତବର୍ଷ ପୂଜାରେ କର୍ତ୍ତା ଭାବେ ବିକାଶ ବେହେରା ଓ ଧର୍ମପତ୍ନୀ ଝରଣା ବେହେରା ଥିବା ବେଳେ ମୁଖ୍ୟ ପୂଜକ ଭାବରେ ଗବର୍ଦ୍ଧନ ତ୍ରିପାଠୀ ଓ ସହ ପୂଜକ ହେମନ୍ତ ଷଡ଼ଙ୍ଗୀ ସହଯୋଗ କରୁଛନ୍ତି। ପୂଜା କମିଟିର ସଭାପତି ସନ୍ତୋଷ ବେହେରା, ସହ- ସଭାପତି ବିମଲ ବେହେରା ଓ ସମ୍ପାଦକ ଚମ୍ପୁଲାଳ ରଣା ଚଳିତ ବର୍ଷ ସରକାରଙ୍କ ସମସ୍ତ ନିର୍ଦେଶନୁସାରେ ପୂଜାବିଧି ହେଉଥିବା କହିଛନ୍ତି।