ଦେଶ ଛାଡ଼ିଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କେୀ ଦେଶ ଛାଡ଼ି ପଡ଼ୋଶୀ ରାଷ୍ଟ୍ର ପୋଲାଣ୍ଡ ଚାଲି ଯାଇଛନ୍ତି । ଏନେଇ ଋଷୀୟ ସରକାରୀ ମିଡିଆ ହାଉସ ସ୍ପୁତନିକ ଦାବି କରିଛି । ହେଲେ ଏପର୍ଯ୍ୟନ୍ତ ଜେଲେନସ୍କୀ କିମ୍ବା ୟୁକ୍ରେନ ସରକାରଙ୍କ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।

ଅନ୍ୟପଟେ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କେୀ ନିଜ ଦେଶ ଛାଡ଼ି ଅନ୍ୟ କେଉଁଠିକି ଯିବେ ନାହିଁ ବୋଲି ବହୁବାର କହି ସାରିଛନ୍ତି । ଏମିତିରେ ଋଷୀୟ ମିଡିଆର ଦାବି ସଭିଙ୍କୁ ଚକିତ କରିଛି ।