ପଞ୍ଜାବରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନବଜୋତ୍ ସିଂ ସିଦ୍ଧୁ

ପଞ୍ଜାବ,ଏଜେନ୍ସି: ପଞ୍ଜାବରେ ଆଜି ଠାରୁ ଆରମ୍ଭ ହୋଇଛି ନୂଆ ସରକାର। ଆପ୍‌ର ବିପୁଳ ବିଜୟ ପରେ ପଞ୍ଜାବରେ କଂଗ୍ରେସର ସବୁ ଖେଳ ଶେଷ ହୋଇଛି। ଅତି ଶୋଚନୀୟ ଭାବରେ ପଞ୍ଜାବରେ କଂଗ୍ରେସର ପରାଜୟ ହେବା ପରେ ଆଜି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବ୍‌ଜୋତ୍ ସିଂ ସିଦ୍ଧୁ।

ଆଜି ଏ ନେଇ ସିଦ୍ଧୁ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଟ୍ୱିଟ କରି ସିଦ୍ଧୁ ଲେଖିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପଞ୍ଜାବ ସମେତ ୫ଟି ଯାକ ରାଜ୍ୟରେ କଂଗ୍ରେସ ଅତି ଶୋଚନୀୟ ଭାବରେ ପରାଜୟ ଲାଭ କରିବା ପରେ କଂଗ୍ରେସ ହାଇକମାଣ୍ଡ ୫ ପ୍ରଦେଶ ଅଧ୍ୟକ୍ଷଙ୍କ ଇସ୍ତଫା ମାଗିଥିଲେ ଯାହାକୁ ନେଇ ଆଜି ସିଦ୍ଧୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।