ମୁଖ୍ୟମନ୍ତ୍ରୀ ବୋମାଇଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୨ ଅଧିକାରୀ ନିଲମ୍ବିତ

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ୨ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି। ଡ୍ରଗ୍ସ ବେପାରୀକୁ ଟଙ୍କା ମାଗୁଥିବା ଅଭିଯୋଗରେ ସେମାନଙ୍କୁ ନିଲମ୍ବିତ କରାଯାଇଛି।

କୋରମଙ୍ଗଳା ଥାନାର ହେଡ୍ କନଷ୍ଟେବଳ ଶିଭ କୁମାର ଓ କନଷ୍ଟେବଳ ସନ୍ତୋଷ ନୋକର ମୁଖ୍ୟମନ୍ତ୍ରୀ ବୋମାଇଙ୍କ ବାସଭବନରେ ତାଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ। ଗତ ଜାନୁଆରୀ ୧୩ ତାରିଖରେ ଦୁହେଁ ଏକ ଡ୍ରଗ୍ସ ବେପାରୀକୁ ଧରିଥିଲେ ଓ ଛାଡ଼ିବା ପାଇଁ ଟଙ୍କା ମାଗିଥିଲେ। ଏ ସମ୍ପର୍କରେ ଡ୍ରଗ୍ସ ବେପାରୀ ନିଜେ ପୁଲିସକୁ କହିଛି। ପରେ ଉକ୍ତ ୨ ପୁଲିସ ଅଧିକାରୀଙ୍କୁ ପଚରାଉଚରା କରିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ଦୁହେଁଙ୍କୁ ନିଲମ୍ବିତ କରିବା ସହିତ ତାଙ୍କୁ ଠାରୁ ଗଞ୍ଜେଇ ଜବତ କରାଯାଇଛି।

ଯଦି ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଡ୍ରଗ୍ସ ବେପାର କରିବ, ତେବେ ସେମାନଙ୍କୁ ଧରିବ କିଏ ଓ ଦଣ୍ଡ କିଏ ଦେବ ବୋଲି କର୍ଣ୍ଣାଟକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରଣଦୀପ ସିଂହ ସୁରଜେୱାଲ ଟିପ୍ପଣୀ ରଖିଛନ୍ତି।