ଶିଳ୍ପପତି ଗୌତମ ଅଦାନୀ ହେଲେ ଦେଶର ସିମେଣ୍ଟ କିଙ୍ଗ୍‌, କିଣିଲେ ଅମ୍ବୁଜା-ଏସିସି

ନୂଆଦିଲ୍ଲୀ,ଏଜେନ୍ସି: ଶିଳ୍ପପତି ଗୌତମ ଅଦାନୀ ଏବେ ଦେଶର ନୂଆ ସିମେଣ୍ଟ କିଙ୍ଗ୍ ହେବେ। ତାଙ୍କର ଅଦାନୀ ଗ୍ରୁପ ଦେଶର ୨ ବଡ ସିମେଣ୍ଟ କଂପାନୀ ଏସିସି ଲିମିଟେଡ ଓ ଅମ୍ବୁଜା ସିମେଣ୍ଟ କିଣିଛନ୍ତି।

ଏସିଆ ମହାଦେଶର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଅଦାନୀ ପରିବାର ଏକ ସ୍ପେଶାଲ ଅଫଶୋର କଂପାନୀ (ଏସପିଏ) ଗଢ଼ି ଏସିସି ଓ ଅମ୍ବୁଜା ସିମେଣ୍ଟରେ ସୁଇଜରଲାଣ୍ଡର ସିମେଣ୍ଟ କଂପାନୀ ହୋଲସିମ୍ ଲିମିଟେଡର ଭାଗିଦାରୀ ହୋଇପାରିଛି। ଏଥି ପାଇଁ ଉଭୟ କଂପାନୀ ମଧ୍ୟରେ ବୁଝାମଣା ହୋଇଛି। ଏଥି ସହିତ ଅଦାନୀ ଗ୍ରୁପ ଏବେ ସିମେଣ୍ଟ ବ୍ୟବସାୟରେ ମଧ୍ୟ ପ୍ରବେଶ କରିଛି।

ହୋଲସିମ ଓ ଏହାର ଶାଖା କଂପାନୀ ପାଖରେ ଅମ୍ବୁଜା ସିମେଣ୍ଟରେ ୬୩.୧୯ ଓ ଏସିସିରେ ୫୪.୫୩ ପ୍ରତିଶତ ଭାଗିଦାରୀ ରହିବ। ଏସିସି ସିମେଣ୍ଟ ୫୪.୩୩ ପ୍ରତିଶତ ସେୟାରରୁ ୫୦.୦୫ ପ୍ରତିଶତ ସେୟାର ଅମ୍ବୁଜା ସିମେଣ୍ଟ ମାଧ୍ୟମରେ କିଣାଯାଇଥିଲା। ଅଦାନୀ ଗ୍ରୁପ ଉଭୟ କଂପାନୀରେ ହୋଲସିମର ସେୟାର ପାଇଁ ପାଖାପାଖି ୮୧,୩୬୦ କୋଟି ଟଙ୍କା ଲଗାଇଛି। ଏହା ଦେଶର ଇତିହାସରେ ଇନଫ୍ରାଷ୍ଟକ୍‌ଚର ଓ ମେଟେରିଆଲ ସେକ୍ଟରରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବୁଝାମଣା।