କାର୍ଲିଫୋର୍ଣ୍ଣିଆର ଚର୍ଚ୍ଚରେ ଆତତାୟୀର ଗୁଳିମାଡ଼; ଜଣେ ମୃତ, ଲୋକେ ଭୟଭୀତ

କାର୍ଲିଫୋର୍ଣ୍ଣିଆ,ଏଜେନ୍ସି: ଆମେରିକୀୟ ସହର କାର୍ଲିଫୋର୍ଣ୍ଣିଆରେ ଆତତାୟୀଙ୍କୁ ଗୁଳିମାଡ଼ ହୋଇଛି। ଏକ ଚର୍ଚ୍ଚ ଉପରେ ହୋଇଥିବା ଏହି ଗୁଳିମାଡ଼ କାରଣରୁ ଲୋକେ ଭୟଭୀତ ହୋଇଯାଇଛନ୍ତି। ସ୍ଥାନୀୟ ପୋଲିସ କହିବା ଅନୁସାରେ କାର୍ଲିଫୋର୍ଣ୍ଣିଆର ପ୍ରୋସିଟେରିୟନ ଚର୍ଚ୍ଚ ଉପରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ବେଳ ଅନ୍ୟ ୪ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସନ୍ଦିଗ୍ଧକୁ ପୁଲିସ ଅଟକ ରଖିଛି।

ପୋଲିସ କହିଛି ଯେ, ଅରେଞ୍ଜ କାଉଣ୍ଟି ଶେରିଫ ବିଭାଗ କହିଛି ଯେ, ଲଗୁନା ବୁଡ୍‌ସ ସହରରେ ଜେନିଭା ପ୍ରୋସିବଟେରିୟନ ଚର୍ଚ୍ଚରେ ରବିବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ଗୁଳିମାଡ଼ ହୋଇଥିଲା। ଅଚାନକ ଦଳାଚକଟା ପରିସ୍ଥିତି ଉପୁଜି ଥିଲା। ଜୀବନ ବଞ୍ଚାଇବା ପାଇଁ ଲୋକେ ଏଣେତେଣେ ପଳାୟନ କରିଥିଲେ। ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଶେରିଫର ମୁଖପାତ୍ର କେରି ବ୍ରୋନ୍ କହିଛନ୍ତି ଯେ, ଗୁଳିମାଡ ସମୟରେ ଚର୍ଚ୍ଚରେ ୩୦ ଜଣ ଥିଲେ। ଚର୍ଚ୍ଚ ଭିତରେ ଅଧିକାଂଶ ତାଇୱାନୀ ମୂଳ ନାଗରିକ ଥିଲେ। ମାମଲାର ତଦନ୍ତ କରାଯାଉଛି।