ଦୁର୍ଘଟଣାରେ ମୃତ ସିଆରପିଏଫ ଯବାନଙ୍କୁ ଦିଆଗଲା ଗାର୍ଡ୍ ଅଫ୍ ଅନର୍

ଜୟପୁର,ଏନ୍ଏନ୍ଏସ୍: ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସିଆରପିଏଫ୍ ଯବାନଙ୍କୁ ଗାର୍ଡ୍ ଅଫ୍ ଅନର୍ ଦିଆଯାଇଛି। ବୋରିଗୁମ୍ମା ବ୍ଲକ୍ ସନ୍ତୋଷପୁର ଗ୍ରାମର ଜଗନ୍ନାଥ ମାଝୀ ସିଆରପିଏଫରେ ଚାକିରି କରୁଥିଲେ। କିଛି ଦିନ ତଳେ ସେ ଛୁଟିରେ ଘରକୁ ଆସିଥିଲେ। ଗତ ୨୦ ତାରିଖରେ ସେ ବାଇକ ଯୋଗେ କୁମୁଲି ନିକଟ କଙ୍ଗାରଗୁଡାକୁ ଆସୁଥିବା ବେଳେ ଅନ୍ୟ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସେଠାରେ ଜଗନ୍ନାଥ ଗୁରୁତର ହୋଇପଡ଼ିଥିଲେ।

ଗୁରୁତର ଜଗନ୍ନାଥଙ୍କୁ ପ୍ରଥମେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଜଗନ୍ନାଥଙ୍କ ମର ଶୀରରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିବାବେଳେ ପୁଲିସ୍ ଓ ସିଆରପିଏଫ୍ ଯବାନ୍ ଗାର୍ଡ ଅଫ୍ ଅନର୍ ଦେଇଥିଲେ।