ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଲଗାତାର ଦୈନିକ ସଂକ୍ରମଣରେ ହ୍ରାସ ପାଉଛି। ଏହି ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମଣ ପାରଦ ୨୦ ହଜାର ତଳକୁ ଖସିଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୪୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ହଜାର ୯୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ୨୫୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଫଳରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୧୫୩କୁ ବୃଦ୍ଧି ପାଇଛି।
ରିପୋର୍ଟ ଅନୁସାରେ ଆଜି ସୁଦ୍ଧା ଦେଶରେ ମୋଟ କରୋନା ପଜିଟିଭ ସଂଖ୍ୟା ୧ କୋଟି ୦୨ ଲକ୍ଷ ୨୪ ହଜାର ୩୦୩କୁ ଛୁଇଁଛି। ସେଥିରୁ ୨ ଲକ୍ଷ ୬୮ ହଜାର ୫୮୧ ଜଣ ଚିକିତ୍ସାଧୀନ ଥିବାବେଳେ ୯୮ ଲକ୍ଷ ୦୭ ହଜାର ୫୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।