ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ, ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର କଡେଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କରକୁ ଏକ ବାଇକ ଧକ୍କା ଦେଇଥିଲା। ଏହା ପରେ ବାଇକଟି ଟ୍ୟାଙ୍କର ତଳେ ପଶିଯାଇଥିଲେ। ଏହି ସମୟରେ ଟ୍ୟାଙ୍କରର ଟାୟାର ଫାଟି ଯାଇଥିଲା। ଏଥିରେ ବାଇକରେ ଥିବା ଦୁଇ ଜଣ ଆହତ ହୋଇଥିଲେ। ସେମାନଙ୍କୁ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଦୁର୍ଘଟଣା ପରେ ଟ୍ୟଙ୍କରରୁ ଗ୍ୟାସ୍ ନିର୍ଗତ ହୋଇ ନିଆଁ ଲାଗିଯାଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଦୁର୍ଘଟଣା କାରଣରୁ ଯାତାୟାତ ପ୍ରଭାବିତ ହୋଇଛି। ଏବେ ଏନଏଚର ଗୋଟିଏ ପାର୍ଶ୍ୱରେ ଗାଡି ଯାତାୟାତ କରୁଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।