ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ, ଚାଲିଛି ଅଧିକ ତନାଘନା

ରାଇରଙ୍ଗପୁର,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୪ ଜଣ ଗଣଦୁଷ୍କର୍ମ କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ତେବେ ଘଟଣାରେ ଆଜି ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ସୂଚନା ଅନୁସାରେ, ଇଟାଭାଟି ନିକଟରେ ଖେଳୁଥିବା ବେଳେ ଟେକି ନେଇ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ। ତେବେ ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ୨ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ।

ସୂଚନା ଅନୁସାରେ ରାଜ୍ୟରେ ପ୍ରତିଦିନ ଏପରି ଦୁଷ୍କର୍ମ ଖବର ଆସୁଥିବା ବେଳେ ବର୍ତ୍ତମାନ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଫଳରେ ଦିନକୁ ଏକାଧିକ ମହିଳା ଏହି ଦୁଷ୍କର୍ମର ଶିକାର ହେଉଛନ୍ତି।