ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ଗୋଟିଏ ପରିବାରର ୭ ଗୁରୁତର

ଟାଙ୍ଗୀ,ଏନ୍ଏନ୍ଏସ୍: ରୋଷେଇ କରିବା ବେଳେ ଅଘଟଣ। ଗ୍ୟାସ୍ ଟାଙ୍କି ଫାଟି ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ରୋଷେଇ କରିବା ବେଳେ ହଠାତ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହୋଇଥିଲା। ଫଳରେ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଗମ୍ଭାରୀମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଗ୍ୟାସ୍ ଟାଙ୍କି କିଭଳି ଫାଟିଲା ତାହା ସ୍ପଷ୍ଟ ଜଣାପଡିନାହିଁ। ଘଟଣାର ତଦନ୍ତ କରୁଛି ପୁଲିସ।