ରଜୌରୀରେ ଏନକାଉଣ୍ଟର ଜାରି

ଶ୍ରୀନଗର,ଏଜେନ୍ସି: ପୁଣି ସୀମାରେ ଗୁଳି ବିନିମୟ ଘଟିଛି। ଜମ୍ମୁ କଶ୍ମୀର ରଜୌରୀ ଜିଲ୍ଲାର ଥାନାମଣ୍ତି ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏନେଇ କଶ୍ମୀର ଜୋନ ପୁଲିସ ପକ୍ଷରୁ ସୂଚନା ମିଳିଛି। ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନା ଅନୁସାରେ, ଥାନାମଣ୍ତି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା। ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ। ପ୍ରଥମେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ନେଇ କୁମ୍ବିଂ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ। ଆତଙ୍କୀମାନେ ସୁରକ୍ଷା ବାହିନୀକୁ ଗୁଳି ବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି। ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ କୁମ୍ବିଂ ଜାରି ରହିଛି। ପ୍ରକାଶ ଥାଉକି ଲଗାତାର କିଛି ଦିନ ହେବ ଆତଙ୍କୀଙ୍କ ଉତ୍ପାତ ଦିନକୁ ଦିନ ଏଲଓସିରେ ବଢିବାରେ ଲାଗିଛି। ଗତ ଅଗଷ୍ଟ ୬ ତାରିଖରେ ଏଠାରେ ପୁଲିସ ଗୁଳିରେ ୨ ଆତଙ୍କୀ ସଫା ହୋଇଥିଲେ।