ଗ୍ୟାସ ଟାଙ୍କି ଫାଟି ଜଣେ ମୃତ

ସୂବର୍ଣ୍ଣପୁର,ଏନ୍ଏନ୍ଏସ୍: ଆଜି ସୂବର୍ଣ୍ଣପୁର ଅଞ୍ଚଳରେ ଏକ ଗ୍ୟାସ ଟାଙ୍କି ଫାଟି ଯିବାରୁ ୨ ଘର ସମ୍ପୂର୍ଣ୍ଣ ଛିନଭିନ ହୋଇଯାଇଛି। ଏହି ସମୟରେ ଘରର କାନ୍ଥ ତଳେ ଚାପି ହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବୀରମହାରାଜପୁର ବ୍ଲକ୍ ସାନକିରାସିରା ଗାଁରେ ଘଟିଛି ଅଘଟଣ।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ହଠାର ଗ୍ୟାସଟାଙ୍କିଟି ଲିକ୍ ହେବାରୁ ଏହା ବିସ୍ଫୋରଣ କରିଥିଲା। ପରେ ଏ ସମ୍ପର୍କରେ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି। ସେହିପରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।