ନବଜାତ ଶିଶୁକୁ ଭିଡିଓ କଲରେ ଦେଖିଲେ କରୋନା ସଂକ୍ରମିତ ମା’

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବ୍ୟାପିବା ଭୟରେ ଦୁନିଆର ଅନେକ ଲୋକ ନିଜ ସମ୍ପର୍କୀୟଙ୍କଠାରୁୁ ଦୂରେଇ ରହୁଛନ୍ତି। ଭାରତରେ ଏହି କରୋନା ଭୟ ମଧ୍ୟରେ ଜଣେ ମା’ର ମମତା ଆସିଯାଇଛି। ମହାରାଷ୍ଟ୍ରର ଔରଙ୍ଗାବାଦ ସିଭିଲ ହସ୍ପିଟାଲରେ ଜଣେ ମା’ ସନ୍ତାନକୁ ଜନ୍ମ ତ ଦେଇଛି କିନ୍ତୁ ତାକୁ ଦେଖିବା ପାଇଁ ଝୁରୁଛି। ମା’କୁ କରୋନା ହୋଇଥିବା ଯୋଗୁଁ ଡାକ୍ତର ନବଜାତ ଶିଶୁକୁ ଏକ ଭିନ୍ନ ୱାର୍ଡରେ ରଖିଛନ୍ତି। ଏଭଳି ସ୍ଥିତିରେ ସଂକ୍ରମିତ ମା’ ତାଙ୍କ ଶିଶୁକୁ ଭିଡିଓ କଲ ମାଧ୍ୟମରେ ଦେଖୁଛନ୍ତି। ୧୮ ଏପ୍ରିଲରେ ଜନ୍ମ ହୋଇଥିବା ଏହି ଶିଶୁଟିର କରୋନା ଯାଞ୍ଚ ନେଗେଟିଭ ଆସିଥିବା ବେଳେ ସେ ଏବେ ପୁରା ସୁସ୍ଥ ଅଛି। ରିପୋର୍ଟ ମୁତାବକ ଦେଶର ଜଣେ କରୋନା ସଂକ୍ରମିତ ମହିଳା ପ୍ରସବ କରିବାର ଏହା ହେଉଛି ଦ୍ୱିତୀୟ ଘଟଣା।