Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗ୍ୟାସ ସିଲିଣ୍ଡର ଫାଟି ୧୦ ମୃତ, ଉଦ୍ଧାରକାର୍ଯ୍ୟ ଜାରି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗ୍ୟାସ ସିଲିଣ୍ଡର ଫାଟି ୧୦ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶର ମାଉ ଜିଲ୍ଲା ଅନ୍ତର୍ଗତ ମହମ୍ମଦାବାଦ ଅଞ୍ଚଳରେ ସୋମବାର ସକାଳେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଗୋଟାଏ ଦୁଇ ତାଲା କୋଠାଘର ଭାଙ୍ଗି ଯାଇଛି। ଏଥିରେ ଅନ୍ୟୂନ ୧୦ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଓ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି।

ପୁଲିସ ସୂଚନା ଅନୁସାରେ ଉକ୍ତ ଘଟଣାଟି ସକାଳ ୭ଟା ୩୦ରେ ଘଟିଛି। ମହମ୍ମଦାବାଦ ଥାନା ଅଞ୍ଚଳର ଓ୍ଵଲିଦପୁର ସ୍ଥିତ ସେ ଘରେ ମହିଳାମାନେ ସକାଳ ଜଳଖିଆ ପ୍ରସ୍ତୁତି କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ହୋଇଥିଲା। ଗ୍ୟାସ୍‌ ଲିକ୍‌ ଯୋଗୁଁ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ସେହିପରି ଏହି ବିସ୍ଫୋରଣରେ ସମ୍ପୁର୍ଣ୍ଣ ଘରଗୁଡ଼ିକ ଭାଙ୍ଗିଯାଇଥିବାବେଳେ ଏଥିରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩୦ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଆଶଙ୍କା ହେଉଛି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ୟ୍ୟ ଚଳାଇଛନ୍ତି। ଚିକିତ୍ସା ନିମନ୍ତେ ସମସ୍ତ ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ଚିକିତ୍ସାଳକୁ ନିଆଯାଇଥିବା କଥା ପୁଲିସ କହିଛି।

ଦୁଃଖଦ ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ଭଗୀର ଶୋକ ବ୍ୟକ୍ତ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଯଥା ସମ୍ଭବ ରିଲିଫ୍‌ ଏବଂ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ସେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।