Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କାଲିଠାରୁ ନୟାଗଡ଼-ଭୁବନେଶ୍ୱରକୁ ଏକ୍ସପ୍ରେସ ଚଳାଚଳ ସ୍ୱଭାବିକ ହେବ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କାଲିଠାରୁ ନୟାଗଡ଼-ଭୁବନେଶ୍ୱରକୁ ଏକ୍ସପ୍ରେସ ଚଳାଚଳ ସ୍ୱଭାବିକ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର-ନୟାଗଡ଼ ଟାଉନ ମଧ୍ୟରେ ମଙ୍ଗଳବାର ଠାରୁ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ କରିବ। ଏହାକୁ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୩୧) ଖୋର୍ଦ୍ଧା ରୋଡ଼ରୁ ସକାଳ ୮ଟା ୨୦ରେ ଛାଡ଼ିବ। ସେହିପରି ନୟାଗଡ଼ ଟାଉନ ଠାରେ ୯ଟା ୪୫ରେ ପହଞ୍ଚିବ। ଫେରିବା ବାଟରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର( ୫୮୪୩୨) ନୟାଗଡ଼ ଟାଉନରୁ ପୂର୍ବାହ୍ନ ୧୦ଟାରେ ଛାଡ଼ିବ ଓ ଖୋର୍ଦ୍ଧା ରୋଡ଼ ଠାରେ ୧୧ଟା ୪୫ରେ ପହଞ୍ଚିବ।

ସେହିପରି ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୨୯) ଖୋର୍ଦ୍ଧା ରୋଡ଼ ଠାରୁ ସନ୍ଧ୍ୟା ୮ଟା ୧୫ରେ ଛାଡ଼ିବ ଓ ରାତି ୯ଟା ୪୦ରେ ନୟାଗଡ଼ ଟାଉନଠାରେ ପହଞ୍ଚିବ। ସେହିପରି ଫେରିବା ପଥରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର(୫୮୪୩୨) ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବାନହିିଁ। ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସକାଳ ୫ଟାରେ ନୟାଗଡ଼ ଟାଉନ୍‌ରୁ ଛାଡ଼ି ୬ଟା ୪୫ରେ ଖୋର୍ଦ୍ଧା ରୋଡ଼ଠାରେ ପହଞ୍ଚିବ।

ଅନ୍ୟପକ୍ଷରେ ୧୫ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ସେବା ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅରୁଣ ସାହୁ ଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ପୁରୀ ସାଂସଦ ପିନାକୀ ମିଶ୍ର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବେ।