ଆବର୍ଜନା ସଫେଇ କଲେ ଯୁବକ ସଂଘ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବେଳଖଣ୍ଡି ଶିବ ମନ୍ଦିରରେ ମହାଶିବରାତ୍ରୀ ମେଳା ଶେଷ ହୋଇଥିବାବେଳେ ଅନେକ ଦୋକାନୀଙ୍କ ଅଳିଆ ଆବର୍ଜନା ପଡ଼ି ରହିଥିଲା । ସେଥିପାଇଁ ଘୁନସର ଶ୍ରୀ ଅରବିନ୍ଦ ଯୁବକ ସଂଘର ସଭାପତି ପ୍ରେମାନନ୍ଦ ବାଗଙ୍କ ଆହ୍ୱାନକ୍ରମେ ରାଜୀବ ଚନ୍ଦ୍ର ନାୟକ, ପ୍ରେମାକାନ୍ତ ବାଗ, ମୁନା ବେହେରା, ପ୍ରଶାନ୍ତ ରଣା, ସବୁଜ ଭୋଇ, ବବୁଲ ସାହୁ, ଶୁଭେନ୍ଦୁ ଭୋଇ, ଗୌରାଙ୍ଗ ରଣା, ଅଜୁ ରଣା, ଦିପୁ ରଣା, ଦୀନବନ୍ଧୁ ପସାୟତ, ସଶ୍ୱିନ ଭୋଇ ଓ ସୁଶୀଲ ଗହୀର ପ୍ରମୁଖ ସାମିଲ ହୋଇ ମନ୍ଦିର ପରିସରରେ ଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ ।