Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଡିଜେଲ ଡ୍ରମରେ ହେଉଥିଲା ଗଞ୍ଜେଇ ଚାଲାଣ, ବିପୁଳ ପରିମାଣର ଗଞ୍ଜେଇ ଜବତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଡିଜେଲ ଡ୍ରମରେ ହେଉଥିଲା ଗଞ୍ଜେଇ ଚାଲାଣ, ବିପୁଳ ପରିମାଣର ଗଞ୍ଜେଇ ଜବତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ। ଡ୍ରମରେ ଡିଜେଲ ନେଉଥିବା କହି ତା ମଧ୍ୟରେ ବର୍ଷ ତମାମ ଚାଲିଥିଲା ଗଞ୍ଜେଇ ଚାଲାଣ। ଏପରି ଘଟଣା ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଚିତାପାରୀ-ପୁରୁଣା ଓରକେଲ ରାସ୍ତାରେ ଦେଖିବାକୁ ମିଳିଛି। ଗତ କାଲି ସକାଳ ସମୟରେ କିଛି ବ୍ୟକ୍ତି ଏକ ପିକ୍ ଅପ୍ ଗାଡି (ଓଆର-୧୦ଜେ-୨୩୫୫) ରାସ୍ତା ଉପରେ ରଖି ନିଜ ମଧ୍ୟରେ ଗଣ୍ଡଗୋଳ କରିଥିଲେ। ଏହାଦେଖି ସ୍ଥାନୀୟ ଅଞ୍ଚଳର କିଛି ଲୋକ ସେଠାକୁ ଯିବା ସମୟରେ ଗାଡ଼ିରେ ଥିବା ବ୍ୟକ୍ତିମାନେ ଗ୍ରାମବାସୀଙ୍କୁ ଦେଖି ଗାଡ଼ିରୁ ଚାବି କାଢି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଓରକେଲ ପୁଲିସକୁ ଜଣାଇଥିଲେ।

ଖବରପାଇ ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ଏକ ଟିମ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ିକୁ ଯାଞ୍ଚ କରିବା ପରେ ଡିଜେଲ ଡ୍ରମର ତଳଭାଗକୁ କାଟି ନଟ ଭିଡ଼ାଯାଇଥିବା ସହ ଡ୍ରମର ଉପରି ଭାଗର ଡିଜେଲ ଥିବା ଜଣାପଡ଼ିଥିଲା। ପରେ ଗାଡିଟିକୁ ଅନ୍ୟ ଏକ ଗାଡି ସାହାଯ୍ୟରେ ଟାଣି ଟାଣି ଓରକେଲ ଥାନାକୁ ନିଆଯାଇଥିଲା। ଡିଜେଲ ଡ୍ରମ ଗୁଡିକ ମଧ୍ୟରୁ ୫୭୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ତେବେ ଗାଡିଟି କୋରାପୁଟ ଥାନା ଅନ୍ତର୍ଗତ କାକରିଗୁମ୍ମା ଅଞ୍ଚଳର ବାଞ୍ଛାନିଧି ସାହୁଙ୍କର ବୋଲି ଜଣାପଡିଛି। ଏଥିସହ କୋରାପୁଟ ପୁଲିସ ଅଭିଯୁକ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି। ଆହୁରି ଅଧିକ ବ୍ୟକ୍ତି ଘଟଣାରେ ସମ୍ପୃକ୍ତ ଥିବା ହେତୁ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି।